ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ଗୁରୁବାର ୬ ଘଣ୍ଟା ଭିତରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । କିଛି ଗୁରୁତରଙ୍କ ୱାର୍ଡ ଭିତରେ ଚିକିତ୍ସା ଚାଲିଛି। ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କଠାରୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଦିନ ସାଢେ ଗୋଟାଏରୁ ୮ଟା ମଧ୍ୟରେ ୧୦ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ୮ ଜଣ ମୃତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ। ଆଉ ୨ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ମୃତ୍ୟୁ ହୋଇଛି।ବଡ଼ି ଟେମ୍ପରେଚର ୧୦୩, ୧୦୪ ରହିଥିବାରୁ ହିଟ୍‌ୱେଭ୍‌ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତରଖାନା କତ୍ତୃପକ୍ଷ କହିଛନ୍ତି।

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାରେ ଆଜି ସକାଳ ୮ଟାରୁ ୧୨ଟା ଭିତରେ ୯ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଉପସ୍ଥିତ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ , ପ୍ରବଳ ଖରା ଯୋଗୁ ଏଭଳି ଘଟଣା ଘଟିଛି। ୨/୩ ଜଣ ମୃତକ ରାଉରକେଲାର ବସ୍ତି ଅଞ୍ଚଳର। ସେମାନଙ୍କ ପରିବାର ଲୋକଙ୍କ କହିବା କଥା ହେଲା, ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍ କାଟ ଯୋଗୁ ଏହି ଘଟଣା ଘଟିଛି।

By SonaliP

Leave a Reply

Your email address will not be published. Required fields are marked *