ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପାଇଁ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ନିଜ ନିଜ ସାଂସଦମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି। ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀ ରହିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ନିଜ ସାଂସଦମାନଙ୍କୁ ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ଯାଏଁ ଦିଲ୍ଲୀରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ସାଂସଦମାନଙ୍କୁ ଦିଲ୍ଲୀରେ ରହିବା ସହ ୨୮ ତାରିଖ ସକାଳ ୧୦ଟା ସୁଦ୍ଧା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛି। ଗୃହରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଆଲୋଚନା ସମୟରେ କୌଣସି ପ୍ରକାର ଅନୁପସ୍ଥିତିକୁ ଏଡ଼ାଇବା ପାଇଁ ଦଳୀୟ ନେତୃତ୍ୱ ଏହି ପଦକ୍ଷେପ ନେଇଛନ୍ତି। ସ୍ୱତନ୍ତ୍ର ଅଧିବେଶନ ସମୟରେ ଉଭୟ ଶାସକ ଓ ବିରୋଧୀ ଶିବିରରେ ରଣନୀତି ପ୍ରସ୍ତୁତି ଜୋରଦାର ହେଉଥିବାରୁ ଆଗାମୀ ଦିନରେ ସଂସଦ ଭିତରେ ଓ ବାହାରେ ସରଗରମ ମାହୋଲ ଦେଖିବାକୁ ମିଳିପାରେ। Post navigation Priest Arrested For Raping Minor Girl: ଭୁବନେଶ୍ୱରରେ ନାବାଳିକା ଦୁଷ୍କର୍ମ ଅଭିଯୋଗ; ପୂଜକ ଗିରଫ 5T School Transformation Under Scanner: ୫-ଟି ସ୍କୁଲ୍ ରୂପାନ୍ତର ପ୍ରକଳ୍ପରେ ଆର୍ଥିକ ଅନିୟମିତତା ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ