ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପରିଚିତ ହସ୍ତାକ୍ଷର ତଥା ବିଶିଷ୍ଟ ଗାଳ୍ପିକା, ଔପନ୍ୟାସିକା ଏବଂ ଅନୁବାଦିକା ଡ. ସ୍ୱପ୍ନା ମିଶ୍ର ୨୦୨୬ ମସିହାର ସମ୍ମାନଜନକ ‘ମହୁରୀ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ଶ୍ରୀବୃଦ୍ଧି କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ସାଧନା ଏବଂ ସୃଜନଶୀଳ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ଏହି ଗୌରବମୟ ସମ୍ମାନ ପାଇଁ ଚୟନ କରାଯାଇଛି । ଗଳ୍ପ, ଉପନ୍ୟାସ ଓ ଅନୁବାଦ ସାହିତ୍ୟରେ ଡ. ସ୍ୱପ୍ନା ମିଶ୍ର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର କାଳଜୟୀ ଲେଖନୀ ଏବଂ ସାହିତ୍ୟିକ କୃତି ପାଠକ ମହଲରେ ବେଶ୍ ଆଦୃତ ହୋଇପାରିଛି । Post navigation Agricultural Growth Accelerates in Odisha: କୃଷିରେ ଉନ୍ନତି ସହ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛି ବିଜେପି ସରକାର: ସନ୍ତୋଷ ଖଟୁଆ