ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ ଶିଖରଚଣ୍ଡୀ ପାହାଡ଼ରେ ଆଜି ଦୁଇଟି ଦନ୍ତା ହାତୀ ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ନିକଟସ୍ଥ ଭରତପୁର ଜଙ୍ଗଲରୁ ଏହି ଦୁଇଟି ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ଜନବସତି ଓ ପର୍ଯ୍ୟଟନ ସ୍ଥଳୀ ନିକଟରେ ହାତୀ ଦୁଇଟି ଠାବ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ଚନ୍ଦକା ବନଖଣ୍ଡ ଅଧିକାରୀ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ଦୁଇଟିର ଗତିବିଧି ଉପରେ କଡ଼ା ନଜର ରଖିଛନ୍ତି। ହାତୀ ଦୁଇଟିକୁ ସୁରକ୍ଷିତ ଭାବେ ପୁଣି ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ଚନ୍ଦକା ବନଖଣ୍ଡ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏଥିସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଶିଖରଚଣ୍ଡୀ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। Post navigation उत्तर प्रदेश में भीषण सड़क हादसा; 4 बच्चों की मौत, 24 छात्रों समेत 32 घायल