ବାତ୍ୟା ‘ଅକ୍‌ଭାନ’ କୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ବସ୍ ବନ୍ଦ ରହିବା ନେଇ ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକ୍‌ଭାନ’ ଉପକୂଳ ଅତିକ୍ରମ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ଯାତ୍ରୀମାନଙ୍କ ସୁରକ୍ଷା ତଥା ରାସ୍ତାରେ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଜି ଦିନତମାମ ଜିଲ୍ଲାର କୌଣସି ଅଞ୍ଚଳକୁ ସରକାରୀ କିମ୍ବା ଘରୋଇ ବସ୍ ଗଡ଼ିବ ନାହିଁ।

ତେବେ ଏହି କଟକଣାରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍, ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବସ୍ ଗୁଡ଼ିକର ଚଳାଚଳ ସ୍ୱାଭାବିକ ରହିବ ବୋଲି ସ୍ପଷ୍ଟ କରାଯାଇଛି। ବାତ୍ୟା ସମୟରେ ଅଯଥା ବାହାରକୁ ନ ବାହାରି ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ଏବଂ ସମସ୍ତ ବସ୍ ଅପରେଟରମାନଙ୍କୁ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *