Cyclone Akvan: Naveen Urges People to Stay Alert, Safe and Cooperate with Admin
ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସମ୍ଭାବ୍ୟ ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ଓ ସଜାଗ ରହିବା ସହ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ।
 
ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟାର ସ୍ଥଳଭାଗ ଛୁଇଁବା ଆଶଙ୍କା ଦେଖାଦେଇଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ବାତ୍ୟାର ପ୍ରଭାବରେ ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ସତର୍କ ସୂଚନା ମିଳିଥିବା ସେ କହିଛନ୍ତି ।
 
ନବୀନ କହିଛନ୍ତି ଯେ, ଗତ ମାସରେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଭଳି ଜିଲ୍ଲା ବ୍ୟାପକ କ୍ଷତି ସହିଥିଲେ । ଏହି ଜିଲ୍ଲାଗୁଡ଼ିକର ଲୋକମାନେ ଯେଉଁ ଦୁର୍ଦ୍ଦଶା ଓ କଷ୍ଟ ଭୋଗିଥିଲେ, ତାହା ଆମ ସମସ୍ତଙ୍କୁ ଗଭୀର ଭାବେ ଦୁଃଖିତ କରିଛି । ଏଭଳି ସ୍ଥିତିରେ ପୁଣି ଏକ ବାତ୍ୟାର ଆଶଙ୍କା ଚିନ୍ତା ବଢ଼ାଇଛି ।
 
ଏଥିସହ ବିଜୁ ଜନତା ଦଳର ସମସ୍ତ ନେତା ଓ କର୍ମୀ ମାନଙ୍କୁ ଏହି ବିପଦ ସମୟରେ ଲୋକଙ୍କ ସହ ରହିବାକୁ ନବୀନ ଅନୁରୋଧ କରିଛନ୍ତି । ବିପନ୍ନ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ସେମାନଙ୍କ ଦୁଃଖ ଓ ଅସୁବିଧାରେ ଭାଗୀଦାର ହେବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *