ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁଗମ କରିବା ପାଇଁ ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି । ଏହି ଅଧିକାରୀମାନେ ରାଜ୍ୟ ଆପାତକାଳୀନ ଅପରେସନ୍ ସେଣ୍ଟର (SEOC)ରେ ରହି ବାତ୍ୟା ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ କରିବେ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ପରିସ୍ଥିତିର ନିରନ୍ତର ମନିଟରିଂ ଏବଂ ଜରୁରୀକାଳୀନ ପଦକ୍ଷେପର ସୁଗମ ପରିଚାଳନା ଦାୟିତ୍ୱ ସେମାନଙ୍କୁ ଦିଆଯାଇଛି । ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ ହୋଇଥିବା ଅଧିକାରୀମାନେ ହେଲେ ଦେଓରଞ୍ଜନ କୁମାର ସିଂହ, ଡ. ଅରବିନ୍ଦ କୁମାର ପାଢ଼ୀ, ହେମନ୍ତ ଶର୍ମା, ବିଶାଳ କୁମାର ଦେବ, ଉଷା ପାଢ଼ୀ, ଚିତ୍ରା ଅରୁମୁଗମ୍, ସଞ୍ଜୟ ସିଂହ, ସଞ୍ଜୀବ ମିଶ୍ର, ସୁରେଶ କୁମାର ବଶିଷ୍ଠ ଓ ଭାସ୍କର ଜ୍ୟୋତି ଶର୍ମା। ବାତ୍ୟା ସମୟରେ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା, ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସୁଚାରୁ ପରିଚାଳନା ଉପରେ ଏହି ଅଧିକାରୀମାନେ ନଜର ରଖିବେ। Post navigation Cyclone Akvan Preparedness: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗା ଓ ଗାଜଲବାଡ଼ି ଘାଟି ରାସ୍ତା ସିଲ୍