ବିଶ୍ୱ କ୍ରୀଡ଼ା ମଞ୍ଚରେ ଚମକିଲେ ଓଡ଼ିଆ ଝିଅ ତନଭି ପତ୍ରି । ବ୍ୟାଡମିଣ୍ଟନରେ ନିଜର ଅସାଧାରଣ ପ୍ରତିଭା ଓ ଦକ୍ଷତାର ପରିଚୟ ଦେଇ ଇତିହାସ ରଚିଛନ୍ତି ଓଡ଼ିଶାର ଏହି ଉଦୀୟମାନ ଖେଳାଳି । ୧୫ ବର୍ଷୀୟା ତନଭି ଡାକାର ୟୁଥ୍ ଅଲିମ୍ପିକ୍ସ ୨୦୨୬ର ବ୍ୟାଡମିଣ୍ଟନ ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହି ସଫଳତା ସହ ୟୁଥ୍ ଅଲିମ୍ପିକ୍ସର ମହିଳା ଏକକ ବ୍ୟାଡମିଣ୍ଟନ ଫାଇନାଲରେ ପହଞ୍ଚିବାରେ ତନଭି ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ସେମିଫାଇନାଲରେ ଜାପାନର ୟୁଜୁନୋ ୱାଟାନାବେଙ୍କୁ ଏକ ରୋମାଞ୍ଚକର ମୁକାବିଲାରେ ୨୧-୧୪, ୧୧-୨୧, ୨୧-୧୯ ରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛନ୍ତି । Post navigation Gidipabali Landslide Disaster: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ: ଉଦ୍ଧାର ହେଲା ଆଉ ୩ ମୃତଦେହ