ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ଏକ ବଡ଼ଧରଣର ଭୂସ୍ଖଳନ ଘଟି ବହୁଜନ ନିଖୋଜ ଏବଂ କ୍ଷୟକ୍ଷତି ହୋଇଛି। ଏହି ମର୍ମନ୍ତୁଦ ଭୂସ୍ଖଳନ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଯୋରସୋରରେ ଚାଲିଥିବାବେଳେ ଆଜି ଘଟଣାସ୍ଥଳରୁ ଆଉ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରୁ ମିଳିଥିବା ଏହି ନୂତନ ମୃତଦେହଗୁଡ଼ିକ ମଧ୍ୟରେ ଜଣେ ମହିଳା, ଜଣେ ବାଳକ ଏବଂ ଏକ ଶିଶୁର ମୃତଦେହ ଉଦ୍ଧାରକାରୀ ଦଳ ଦ୍ବାରା ଠାବ ହୋଇଛି ।

ପୂର୍ବରୁ ଏହି ଘଟଣାରେ ୨ଟି ମୃତଦେହ ମିଳିସାରିଥିବାବେଳେ, ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଗତ ଏକ ସପ୍ତାହ ଧରି କ୍ରମାଗତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ବର୍ଷା ଓ ଭୂସ୍ଖଳନ ଜନିତ କଠିନ ପରିସ୍ଥିତିକୁ ସାମ୍ନା କରି ଆଜି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର ଅଭିଯାନକୁ ଜୋରଦାର କରିଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ତତ୍ପରତା ପ୍ରକାଶ ପାଇଥିବାବେଳେ ସମସ୍ତ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ଧାରକାରୀ ଦଳର ପ୍ରୟାସ ଜାରି ରହିଛି।

Leave a Reply

Your email address will not be published. Required fields are marked *