କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ହଙ୍ଗାମା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଏବଂ ପକ୍ଷପାତିତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ । ସୂଚନା ଅନୁଯାୟୀ; ବିଡିଓଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଏବଂ ପକ୍ଷପାତିତାକୁ ପ୍ରତିବାଦ କରି ବିଜେଡି ସମର୍ଥିତ ଜନପ୍ରତିନିଧି ଓ କର୍ମୀମାନେ ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ତେବେ ଏହାର କିଛି ସମୟ ପରେ ବିଜେପି ସମର୍ଥିତ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ତାଲାକୁ ଜୋରଜବରଦସ୍ତ ଭାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଓ ଉତ୍ତେଜନା ଦେଖାଦେଇଥିଲା। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏଭଳି ମୁହାଁମୁହିଁ ସ୍ଥିତି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। Post navigation CM Mohan Majhi Meets Odisha Governor: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ବିକାଶ ଓ ଜନକଲ୍ୟାଣମୂଳକ ଯୋଜନା ନେଇ ଆଲୋଚନା 10 अक्टूबर के CJP प्रोटेस्ट को नहीं मिली मंजूरी, CJP बोला—आंदोलन होकर रहेगा