ରାଜ୍ୟପାଳ ହରି ବାବୁ କମ୍ଭମପାଟିଙ୍କୁ ଲୋକଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସାକ୍ଷାତକାର ସମୟରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ନିକଟରେ ରାଜ୍ୟପାଳ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟି ଫେରିବା ପରେ, ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ସହ ଏହି ଭେଟଘାଟ କରିଛନ୍ତି। ଏଥି ସହିତ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଭିନ୍ନ ପ୍ରଗତିଶୀଳ ଶାସନ ବ୍ୟବସ୍ଥା ଚାଲିଥିବା ବେଳେ ଉଭୟ ନେତାଙ୍କ ଏହି ଆଲୋଚନାକୁ ନେଇ ରାଜନୈତିକ ଚର୍ଚ୍ଚା ବୃଦ୍ଧି ପାଇଛି । ଅନ୍ୟପଟେ ଏହି ସୌଜନ୍ୟମୂଳକ ସାକ୍ଷାତ ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ରାଜ୍ୟପାଳ ସୂଚନା ଦେଇ କହିଛନ୍ତି ଯେ, ଲୋକ ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଓଡ଼ିଶାର ବିକାଶମୂଳକ ପ୍ରାଥମିକତା ଏବଂ ବର୍ତ୍ତମାନ ଚାଲୁଥିବା ଓ ଆଗାମୀ ଯୋଜନାଗୁଡ଼ିକ ସମ୍ପର୍କରେ ମତାମତ ବିନିମୟ ହୋଇଛି। ରାଜ୍ୟର ପ୍ରଗତିକୁ ଦ୍ରୁତଗାମୀ କରିବା ସହ ଜନସାଧାରଣଙ୍କ ମଙ୍ଗଳ ପାଇଁ ମିଳିମିଶି କାର୍ଯ୍ୟ କରିବା ଆମର ମୁଖ୍ୟ ଲକ୍ଷ୍ୟ। ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୁହାଯାଇଛି ଯେ, ଏହି ସାକ୍ଷାତକାର ଅବସରରେ ରାଜ୍ୟର ସର୍ବାଙ୍ଗୀନ ବିକାଶ, ଜନକଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ସାରଗର୍ଭକ ଆଲୋଚନା ହୋଇଛି। Post navigation Jan Sampark Padayatra: ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍ BJD-BJP Clash at Pattamundai Block Office: ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି-ବିଜେପି ମୁହାଁମୁହିଁ