ଭୁବନେଶ୍ୱରରୁ ମହାରାଷ୍ଟ୍ରର ପୁଣେ ସହରକୁ ଯାତାୟାତ କରୁଥିବା ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣେ ପାଇଁ ପ୍ରସିଦ୍ଧ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ର ନୂତନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି। ଏ ସମ୍ପର୍କରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରିଛନ୍ତି। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ବିମାନ ସପ୍ତାହର ପ୍ରତ୍ୟେକ ଦିନ ଅର୍ଥାତ୍ ଦୈନିକ ଭିତ୍ତିରେ ଚାଲିବ। ଏହା ଦ୍ୱାରା ଦୁଇ ସହର ମଧ୍ୟରେ ଯାତାୟାତ କରୁଥିବା ଶିକ୍ଷାର୍ଥୀ, ବ୍ୟବସାୟୀ ଓ ଚାକିରିଜୀବୀମାନେ ବିଶେଷ ଭାବରେ ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ରୁଟ୍ରେ ‘ଏୟାର ଇଣ୍ଡିଆ ଏକ୍ସପ୍ରେସ’ ନିଜର ବିମାନ ସେବା ଯୋଗାଇ ଆସୁଥିବା ବେଳେ ଏବେ ଇଣ୍ଡିଗୋ ଯୋଡ଼ି ହେବା ଦ୍ୱାରା ଯୋଗାଯୋଗ ଆହୁରି ସୁଦୃଢ଼ ଓ ସହଜ ହୋଇପାରିବ। Post navigation IAS Gavali Parag Will Return to Odisha: ଓଡ଼ିଶାକୁ ଫେରିବେ ଆଇଏଏସ୍ ଗାଭାଲି ପରାଗ ହର୍ଷଦ Southwest Monsoon Begins Withdrawal from Odisha