ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଆଭିମୁଖ୍ୟ ଓ ‘ସମଦୂରତା’ ନୀତିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ନବୀନ ବାବୁଙ୍କ ‘ଛଦ୍ମବେଶୀ ସମଦୂରତା’ ମନ୍ତବ୍ୟର ପର୍ଦ୍ଦାଫାଶ ହୋଇସାରିଛି ଏବଂ ତାଙ୍କର ଅସଲ ଚେହେରା ଏବେ ଓଡ଼ିଶାବାସୀଙ୍କ ସାମ୍ନାରେ ଜଣାପଡ଼ିଯାଇଛି।

ପ୍ରଦୀପ ପୁରୋହିତ ଦାବି କରିଛନ୍ତି ଯେ, କଂଗ୍ରେସ ଦଳ ସହିତ ବିଜେଡିର ଗୁପ୍ତ ମେଣ୍ଟ ଓଡ଼ିଶାରେ ବହୁ ପୂର୍ବରୁ ଆରମ୍ଭ ହୋଇସାରିଥିଲା। ବିଶେଷ କରି ୨୦୦୯ ମସିହାରେ ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ, ବିଜେଡି କଂଗ୍ରେସର ପରୋକ୍ଷ ସମର୍ଥନ ନେଇ ହିଁ ବିଜୟୀ ହୋଇଆସୁଥିଲା। ଏବେ ଇଣ୍ଡିଆ ମେଣ୍ଟ ରାଲିରେ ସାମିଲ ହେବା ପରେ ଏହି ସମ୍ପର୍କର ସତ୍ୟତା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

ତେବେ ରାଜ୍ୟବାସୀ ଏହିସବୁ ଘଟଣାବଳୀକୁ ଭଲଭାବେ ନିରୀକ୍ଷଣ କରୁଛନ୍ତି ଏବଂ ପ୍ରତ୍ୟାଖ୍ୟାତ ହୋଇଥିବା ଏହି ଦଳଗୁଡ଼ିକୁ ଓଡ଼ିଶାର ଜନସାଧାରଣ କେବେ ବି ଗ୍ରହଣ କରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

 

Leave a Reply

Your email address will not be published. Required fields are marked *