Odisha Govt Suspends Two Senior Officers Following Arrests and Jail Custody

ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବାସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୭ ଜଣ ବରିଷ୍ଠ ଓଏଏସ ଅଫିସରଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି ।

ସୁଭାସିସ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ, ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ବିଭାଗ ଅଧୀନ ଅତିରିକ୍ତ ରେଭିଜନାଲ କୋର୍ଟର ଅତିରିକ୍ତ କମିଶନର, ବାସୁଦେବ ନାୟକଙ୍କୁ କଟକ ଆରଡିସି (ସେଣ୍ଟ୍ରାଲ ଡିଭିଜନ)ର ବନ୍ଦୋବସ୍ତ ଓ ଏକତ୍ରୀକରଣ ଅତିରିକ୍ତ କମିଶନର, ପ୍ରତାପ ପ୍ରତିମାୟାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ, ଆଶୁତୋଷ ସାମଲଙ୍କୁ ଓଡ଼ିଶା ମାନବାଧିକାର କମିଶନର ସଚିବ, ସରୋଜ କୁମାର ସ୍ୱାଇଁଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ ସଚିବ, ମାୟାଧର ବେହେରାଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଏବଂ ଅଶୋକ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପ-ସଚିବ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ବିଭାଗର ଉପ-ସଚିବ, ଅନୂପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ସଚିବ, ପରୀକ୍ଷିତ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଉପ-ସଚିବ, ରଶ୍ମି ରଞ୍ଜନ ମହାନ୍ତଙ୍କୁ ଦେବଗଡ଼ର ଉପ-ଜିଲ୍ଲାପାଳ, ପ୍ରଭାତ କୁମାର ପରିଡ଼ାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପାନପୋଷର ଉପ-ଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ନୟାଗଡ଼ର ଉପ-ଜିଲ୍ଲାପାଳ, ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପ-ସଚିବ, ଯଦୁମଣି ନାଏକଙ୍କୁ ବୌଦ୍ଧ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ, ଆଶିଷ ରଞ୍ଜନ ସାହୁଙ୍କୁ ଅନୁଗୋଳର ଉପ-ଜିଲ୍ଲାପାଳ, ପ୍ରେମଲାଲ ହିଆଲଙ୍କୁ OUSSCC ର ଉପ-ସଚିବ ଏବଂ ପ୍ରଣୟ ରଞ୍ଜନ ବେହେରାଙ୍କୁ ମୟୂରଭଞ୍ଜ ବାରିପଦା ITDA ର ପ୍ରକଳ୍ପ ପ୍ରଶାସକ ଭାବେ ଦାୟିତ୍ୱ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *