ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ନେଇ କ୍ୟାମ୍ପସ ରାଜନୀତି ବେଶ ଗରମାଗରମ ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନିର୍ବାଚନ ଘୋଷଣାକୁ ସ୍ୱାଗତ କରାଯାଇଛି । ଏହା ସହିତ ସରକାରଙ୍କ ଆଭିମୁଖ୍ୟକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଜେଡି। BCJD ସଭାନେତ୍ରୀ ଇପ୍ସିତା ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଦଳ ନିର୍ବାଚନକୁ ପୂର୍ଣ୍ଣ ସମର୍ଥନ କରୁଥିଲେ ବି, ଏତେ ତରବରିଆ ଭାବେ ନିର୍ବାଚନ ଘୋଷଣା କରିବା ପଛର ଉଦ୍ଦେଶ୍ୟ ସନ୍ଦେହଜନକ। ଅନ୍ୟପଟେ ସରକାରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ ଆଣି ସେ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରୀ ସ୍ତରରେ ପ୍ରତ୍ୟକ୍ଷ ଚାପ ପକାଯାଉଛି। କ୍ୟାମ୍ପସଗୁଡ଼ିକରେ ସ୍ୱଚ୍ଛ ନିର୍ବାଚନ କରିବା ପରିବର୍ତ୍ତେ କୁଳପତିମାନଙ୍କୁ ଡାକି ବୈଠକ କରାଯାଉଛି ଏବଂ ଶାସକ ପକ୍ଷକୁ ଜିତାଯିବା ପାଇଁ ଅପଚେଷ୍ଟା ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକର ଗଣତାନ୍ତ୍ରିକ ପରିବେଶକୁ କ୍ଷୁଣ୍ଣ ନକରି ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବାକୁ ସେ ଦାବି କରିଛନ୍ତି। Post navigation BJP Slams BJD Over Student Elections: ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲା ବିଜେଡି ସରକାର: ବିଜେପି सुप्रीम कोर्ट ने CEC ज्ञानेश कुमार को निलंबित करने पर अंतरिम आदेश देने से किया इनकार; फॉर्म-6 को लेकर उठाए सवाल