ପବିତ୍ର ମୂଳାଷ୍ଟମୀ ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଏହାକୁ ନେଇ କାକଟପୁର ମା’ ମଙ୍ଗଳା, ସମ୍ବଲପୁର ମା’ ସମ୍ବଲେଶ୍ୱରୀ ଏବଂ ଝଙ୍କଡ଼ ମା’ ଶାରଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ମନ୍ଦିର କୂଅରୁ ଆଣାଯାଇଥିବା ୧୦୮ ଗରା ସୁବାସିତ ଜଳରେ ଦେବୀଙ୍କୁ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଆଗାମୀ ୧୬ ଦିନ ଧରି ମା’ ବିଭିନ୍ନ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ ।

ସେହିପରି ମା’ ସମ୍ବଲେଶ୍ୱରୀ ଓ ମା’ ଶାରଳାଙ୍କ ପୀଠରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଆରମ୍ଭ ହୋଇଛି । ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ଧରି ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ ଓ ବିଭିନ୍ନ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

By Nirvay

Leave a Reply

Your email address will not be published. Required fields are marked *