ରାଜ୍ୟରେ ତୃଣମୂଳ ସ୍ତରର ଗ୍ରାମସଭା ପ୍ରକ୍ରିୟାକୁ ଅଧିକ ସଶକ୍ତ, ଅର୍ଥପୂର୍ଣ୍ଣ ଓ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବା ନେଇ ଆଜି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ସେ ଏ ନେଇ ସମସ୍ତ ପଞ୍ଚାୟତକୁ ଚିଠି ମାଧ୍ୟମରେ ସୂଚନା ଦେଇଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗାଁର ମୌଳିକ ବିକାଶ ଗାଁ ଲୋକଙ୍କ ସମ୍ମତି ଓ ନିଷ୍ପତ୍ତି ଉପରେ ହିଁ ନିର୍ଭର କରେ। ଏହି ସ୍ୱତନ୍ତ୍ର ଗ୍ରାମସଭା ମାଧ୍ୟମରେ ସାଧାରଣ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ, ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ ଏବଂ ପ୍ରାଥମିକତା ଆଧାରରେ ବିକାଶମୂଳକ ଯୋଜନା ପ୍ରସ୍ତୁତ ହୋଇପାରିବ। ଏହା ସହିତ ‘ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍’ ଅଧୀନରେ ଗାଁ ଲୋକଙ୍କର ମତାମତ ଗ୍ରହଣ କରାଯାଇ ପଞ୍ଚାୟତର ଭବିଷ୍ୟତ ବିକାଶ ନକ୍ସା ପ୍ରସ୍ତୁତ କରାଯିବ। ଗାନ୍ଧୀଜୀଙ୍କ ସ୍ୱରାଜ ଓ ଗ୍ରାମୀଣ ବିକାଶର ସ୍ୱପ୍ନକୁ ସାକାର କରିବା ଦିଗରେ ଏହି ସ୍ୱତନ୍ତ୍ର ଗ୍ରାମସଭା ଏକ ନୂଆ ଆଭିମୁଖ୍ୟ ସୃଷ୍ଟି କରିବ। Post navigation Vigilance Arrests Asst Director: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଗିରଫ PM Modi, Donald Trump Speak on Phone, Discuss on Trade, Defence and Energy