କଟକ ସ୍ଥିତ ପ୍ରସିଦ୍ଧ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ରୋଗ ବିଭାଗରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗଭୀର ଅସନ୍ତୋଷ ଓ ଚାଞ୍ଚଲ୍ୟ ଖେଳିଯାଇଛି। ଯାଜପୁର ଜିଲ୍ଲାରୁ ଆସିଥିବା ରୋଗୀ ଜଣକ ଗତ ୯ ଦିନ ଧରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀ ଏବଂ ଆଟେଣ୍ଡାଣ୍ଟମାନେ ସଂଘବଦ୍ଧ ଭାବେ ପ୍ଲାଷ୍ଟିକ୍ ପାଇପରେ ପିଟିପିଟି ମାରିଦେଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୃତକଙ୍କ ଶରୀର ସାରା ପ୍ରଚୁର ମାଡ଼ ଦାଗ ଦେଖିବାକୁ ମିଳିବା ପରେ ଘଟଣାଟି ଆହୁରି ସନ୍ଦେହଜନକ ହୋଇପଡ଼ିଛି।

ଏହି ସଂଗୀନ ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

 

Leave a Reply

Your email address will not be published. Required fields are marked *