ବ୍ରହ୍ମପୁରର ପ୍ରମୁଖ ଗେଟ୍ ବଜାର ଅଞ୍ଚଳରେ ଚାଲିଥିବା ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବ୍ରିଜ୍ ନିର୍ମାଣରେ ନିମ୍ନ ମାନର ସିମେଣ୍ଟ, ବାଲି ଏବଂ ଅନ୍ୟାନ୍ୟ ଅସାଧୁ ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଗୁରୁତର ଅଭିଯୋଗ ଆଣିଥିଲେ। ସାଂସଦଙ୍କ ଏହି ଚିଠି ଏବଂ ଅଭିଯୋଗକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ତାଙ୍କ ଚିଠିର ପ୍ରତ୍ୟକ୍ଷ ପ୍ରଭାବ ସ୍ୱରୂପ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ୍ ର ୯ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିର୍ମାଣାଧୀନ ସ୍ଥଳର କ୍ୱାଲିଟି ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ସ୍ୱତନ୍ତ୍ର ଟିମ୍ ବ୍ରିଜ୍ର କଂକ୍ରିଟ୍ ସହିତ ବ୍ୟବହୃତ ହୋଇଥିବା ସାମଗ୍ରୀର ଗୁଣବତ୍ତା ଅନୁଧ୍ୟାନ କରୁଛନ୍ତି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ନିର୍ମାଣ କାର୍ଯ୍ୟର ଅସଲ ସତ ସାମ୍ନାକୁ ଆସିବ ଏବଂ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। Post navigation OSSTET Exam 2026: ସ୍ଥଗିତ ହୋଇନି OSSTET; ଆସନ୍ତାକାଲି ହିଁ ପରୀକ୍ଷା ହେବ ବୋଲି ସ୍ପଷ୍ଟ କଲେ ବୋର୍ଡ ସଭାପତି Myanmar Military Airstrike in Rakhine Kills 49