ରାଜ୍ୟରେ ହେବାକୁ ଥିବା OSSTET ପରୀକ୍ଷା ସ୍ଥଗିତ ରହିବା ନେଇ ସୋସିଆଲ ମିଡିଆରେ ଚାଲିଥିବା ସମସ୍ତ ଗୁଜବ ଓ ଭ୍ରାନ୍ତ ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE)। କୌଣସି ପରିସ୍ଥିତିରେ ବି ପରୀକ୍ଷା ବାତିଲ କିମ୍ବା ଘୁଞ୍ଚାଯାଇ ନାହିଁ, ବରଂ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ହିଁ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସ୍ପଷ୍ଟ କରିଛନ୍ତି।

ବିଭିନ୍ନ ମାଧ୍ୟମରେ OSSTET ପରୀକ୍ଷା ସ୍ଥଗିତ ହୋଇଥିବା ନେଇ ଗୁଜବ ସୃଷ୍ଟି ହେବା ଫଳରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ବୋର୍ଡ ସଭାପତି ଗଣମାଧ୍ୟମ ସମ୍ମୁଖରେ ନିଜର ପକ୍ଷ ରଖି କହିଛନ୍ତି ଯେ, ପରୀକ୍ଷା ସ୍ଥଗିତ ରଖିବା ପାଇଁ ବୋର୍ଡ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେଥିପାଇଁ ପରୀକ୍ଷାର୍ଥୀମାନେ ଏସବୁ ଭିତ୍ତିହୀନ ଖବରରେ ବିଶ୍ୱାସ ନକରି ନିଜର ପ୍ରସ୍ତୁତି ଜାରି ରଖନ୍ତୁ।

ସମସ୍ତ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକୀୟ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା କରାଯାଇସାରିଛି। ଆସନ୍ତାକାଲି ନିଜ ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ନିର୍ଭୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେବାକୁ ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *