ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ବ୍ୟାପକ ଚଢ଼ାଉ କରାଯାଇ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଧାନସଭାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଏହି ସମୟସୀମା ମଧ୍ୟରେ ବିଭିନ୍ନ ବିଭାଗର ମୋଟ ୨୪୦ ଜଣ ଅଧିକାରୀ ଓ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଏହାସହିତ ୧୩୦ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ଏହିସବୁ କାର୍ଯ୍ୟାନୁଷ୍ଠାନ ବେଳେ ଭିଜିଲାନ୍ସ ବିଭାଗ ମୋଟ ୩୦୬.୪୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବାକୁ ସକ୍ଷମ ହୋଇଛି। ଏହାବ୍ୟତୀତ ବିଚାର ପ୍ରକ୍ରିୟା ଶେଷ ହୋଇ ୨୮୫ ଜଣ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୮୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଛି।

Leave a Reply

Your email address will not be published. Required fields are marked *