ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାର ଠକେଇ ଘଟଣାରେ ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା। R&B ଡିଭିଜନ୍‌-୧ ଅଧୀନରେ କାର୍ଯ୍ୟରତ ଆଉ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।

​ଗିରଫ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଭୁବନେଶ୍ୱର SE ଅଫିସରେ କାର୍ଯ୍ୟରତ ୨ ଜଣ ଡାଟା ଏଣ୍ଟ୍ରି ଅପରେଟର ଏବଂ ୨ ଜଣ ପିଅନ ସାମିଲ ଅଛନ୍ତି। ଗିରଫ DEO ଦ୍ୱୟ ହେଉଛନ୍ତି ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର। ସେହିପରି ଗିରଫ ପିଅନ ଦ୍ୱୟ ହେଉଛନ୍ତି ଦୀପକ ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳ।

​ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ମାମଲାରେ ପୂର୍ବରୁ ସେକ୍ସନ ଅଫିସର ବନଲତା ମହାନ୍ତି ଏବଂ ଜୁନିଅର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ଗିରଫ ହୋଇଥିବା ୪ ଜଣ କର୍ମଚାରୀ ପୂର୍ବରୁ ଗିରଫ ବନଲତା ଓ ବିଭୁଦତ୍ତଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ବଡ଼ଧରଣର ଆର୍ଥିକ ଅନିୟମିତତା ଘଟଣାରେ ଆଗକୁ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *