ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଉଭୟଙ୍କ ନିଲମ୍ବନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲ୍ରେ ଥିଲେ। ସେହିପରି, କଟକ ସର୍କଲ ଜେଲ୍ର ସିନିଅର ସୁପରିନ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ବର୍ତ୍ତମାନ ଜେଲ୍ କଷ୍ଟୋଡିରେ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ, ଉଭୟ ଅଧିକାରୀ ଗିରଫ ପରେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ନିଲମ୍ବନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । Post navigation Naveen Demands CEC’s Resignation, Calls for Review of SIR Process, Withdrawal of MMDR Bill Ruckus in Odisha Assembly: ଚତୁର୍ଥ ଦିନରେ ମାତ୍ର ୪ ମିନିଟ୍ର ପ୍ରଶ୍ନକାଳ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି