୨୦୨୪ରୁ ୨୦୨୬ ମଧ୍ୟରେ ରାଜ୍ୟରେ ୭୩,୪୧୮ଟି ଜଙ୍ଗଲ ନିଆଁ ଘଟଣା ରିପୋର୍ଟ ହୋଇଥିବା ବେଳେ ଏଥିରେ ୧୧,୭୩୨.୫୬୧ ହେକ୍ଟର ଜଙ୍ଗଲ ଅଞ୍ଚଳ ପ୍ରଭାବିତ ହୋଇଛି। ମଙ୍ଗଳବାର ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ତଥ୍ୟ ଦେଇଛନ୍ତି।

ବିଧାନସଭାରେ ଦିଆଯାଇଥିବା ତଥ୍ୟରେ CAMPA ପାଣ୍ଠିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ୨୦୨୬ ଅଗଷ୍ଟ ୨୫ ସୁଦ୍ଧା ନ୍ୟାସନାଲ ଅଥରିଟିରୁ ଓଡ଼ିଶା ୧୦,୨୨୯.୫୨ କୋଟି ଟଙ୍କା ପାଇଛି। ୨୦୨୬ ସେପ୍ଟେମ୍ବର ୧୦ ସୁଦ୍ଧା ଏହା ଉପରେ ୧,୬୭୩.୬୪ କୋଟି ଟଙ୍କା ସୁଧ ମିଳିଥିବା ବେଳେ ସୁଧ ସହ ମୋଟ ରାଶି ୧୧,୯୦୩.୧୬ କୋଟି ଟଙ୍କା ହୋଇଛି।

ଏଥିରୁ ବିଭିନ୍ନ Annual Plan of Operations ଅଧୀନରେ ୬,୮୮୧.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାସହ ୪,୯୩୯.୬୦ କୋଟି ଟଙ୍କା ATB ଓ ସରକାରୀ ଋଣରେ ନିବେଶ କରାଯାଇଥିବା ବେଳେ ୮୨.୩୩ କୋଟି ଟଙ୍କା ବଳକା ରହିଛି।

Leave a Reply

Your email address will not be published. Required fields are marked *