ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ଏ ନେଇ ଆଜି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ଚଳିତ ବର୍ଷ ନଭେମ୍ବର ୨୪ ରୁ ଡିସେମ୍ବର ୧ ଯାଏଁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ଉଭୟ ପଡ଼ିଆରେ ଚଳିତବର୍ଷ ବାଲିଯାତ୍ରା ଆୟୋଜିତ ହେବ । ଏଥି ସହିତ ଏହି ଉତ୍ସବରେ ଯୋଗ ଦେବା ପାଇଁ ଉଭୟ ବଲିଉଡ୍‌ ଏବଂ ଓଲିଉଡ୍ କଳାକାରଙ୍କୁ ନିମନ୍ତ୍ରଣ କରାଯିବ ।

Leave a Reply

Your email address will not be published. Required fields are marked *