ଜମି ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜମି କିଣାବିକା ବ୍ୟାପକ ଅନିୟମିତତା ଓ ଜାଲିଆତି ଅଭିଯୋଗରେ ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସର୍ବେଶ୍ୱର ଜାଲ ଏବଂ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI) ରାମନାଥ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ARI ରାମନାଥ ମିଶ୍ରଙ୍କୁ ନୂଆପଡ଼ା ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ସସପେଣ୍ଡ କାଳ ମଧ୍ୟରେ ଉଭୟ ଅଫିସରଙ୍କୁ ଜିଲ୍ଲା ମୁଖ୍ୟାଳୟ ନଛାଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କୋମନା ତହସିଲ ଅନ୍ତର୍ଗତ ଜମି କିଣାବେଚା ଓ ରେକର୍ଡ ଜାଲିଆତି/ଦୁର୍ନୀତି ମାମଲାକୁ ନେଇ କରାଯାଇଥିବା ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *