oreign-cargo-ship-goes-missing-off-paradip-port

ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ ଯାତ୍ରା ଆରମ୍ଭ କରିଥିବା ଏକ ବିଦେଶୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ଜାହାଜଟି ପାରାଦୀପଠାରୁ ପ୍ରାୟ ୨୨୦ ନଟିକାଲ ମାଇଲ୍ ଦୂରରେ ପୋର୍ଟ ବ୍ଲେୟାର ସୀମା ନିକଟରେ ନିଖୋଜ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଲୁହାପଥର ବୋଝେଇ କରି ଜାହାଜଟି ପାରାଦୀପରୁ ବାହାରିଥିଲା। ତେବେ ଗତକାଲି ରାତିରୁ ଜାହାଜ ସହ ଯୋଗାଯୋଗ ହୋଇପାରୁନଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି ।

ଜାହାଜରେ ମୋଟ ୨୪ ଜଣ କ୍ରିଉ ମେମ୍ବର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୦ ଜଣ ଚୀନ ନାଗରିକ, ୨ ଜଣ ମିଆଁମାର ନାଗରିକ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି। ଅନ୍ୟ ଜଣେ କ୍ରିଉ ମେମ୍ବରଙ୍କ ନାଗରିକତା ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିନାହିଁ ।

ଜାହାଜଟି କେଉଁ ପରିସ୍ଥିତିରେ ନିଖୋଜ ହେଲା ଏବଂ ଏଥିରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କ ସୁରକ୍ଷା ସ୍ଥିତି କ’ଣ, ତାହା ଜାଣିବା ପାଇଁ ଅନୁସନ୍ଧାନ ଓ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଜାହାଜ ସହ ଯୋଗାଯୋଗ ପୁନଃସ୍ଥାପନ ଏବଂ ଏହାର ଅବସ୍ଥିତି ଠାବ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *