ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ହିଂସାତ୍ମକ ଆନ୍ଦୋଳନ ପରଠାରୁ ସେ ଫେରାର୍ ଥିଲେ। ପୁରୀରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

ଗିରଫ ପୂର୍ବରୁ ଆଜି ସକାଳେ ଦୀନବନ୍ଧୁ ନାୟକ ଏକ ଭିଡିଓ ଜାରି କରି ରାଜଧାନୀରେ ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ହିଂସାତ୍ମକ ଆନ୍ଦୋଳନ ପାଇଁ ସାଧାରଣ ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *