ଝାଡ଼ଖଣ୍ଡର ଉପରମୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡ଼ିହି ବ୍ୟାରେଜରୁ ୬,୬୧୬ କ୍ୟୁମେକ୍ସ ଜଳ ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ କରାଯାଇଛି। ଏହାଯୋଗୁଁ ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ୧୦.୩୬ ମିଟର ଟପି ଆଜି ବିଳମ୍ବିତ ରାତି ସୁଦ୍ଧା ୧୧.୪୦ ମିଟରରେ ପହଞ୍ଚିବାର ସମ୍ଭାବନା ରହିଛି। ଗତ ୭୨ ଘଣ୍ଟା ଧରି ଝାଡ଼ଖଣ୍ଡର ଉପରମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳର ଅଧିବାସୀମାନେ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସୁବର୍ଣ୍ଣରେଖା ନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ରହିଛି, ଯାହା ବାଲେଶ୍ୱର ଜିଲ୍ଲାକୁ ପ୍ରଭାବିତ କରିବ। ଆଜି ରାତିରେ ଜଳସ୍ତର ଆହୁରି ବଢ଼ିବ। ଏଥିପାଇଁ ବାଲେଶ୍ୱର, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପରିସ୍ଥିତିରେ ସୁଧାର ଆସୁଛି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ତତ୍ପର ରଖାଯାଇଛି। ରାଜସ୍ୱଙ୍କ ମନ୍ତ୍ରୀ ସୂଚନା ଆଧାରରେ ବର୍ଷା କମିଥିବାବେଳେ ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଚାନ୍ଦିଲି ଜଳଭଣ୍ଡାରରୁ ୧୪୧୦.୪୨ କ୍ୟୁବେକ ଜଳ ନିଷ୍କାସିତ ହେଉଛି । ସୁବର୍ଣ୍ଣରେଖା ନଦୀରେ ଜଳ ସ୍ତର ବଢ଼ିବା ଫଳରେ ଏକ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବ । ସେଥିପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାରକାରୀ ଦଳ ଓ ରିଲିଫ୍ ସହାୟତା ସମ୍ପୂର୍ଣ୍ଣ ଯୋଗାଇ ଦିଆଯିବ । ଏହା ସହିତ ସଲଗ୍ନ ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସତର୍କ କରାଯାଇଛି । Post navigation Online Cab Drivers’ Strike Turns Violent: ଲୋୟର ପିଏମଜିରେ ଉତ୍ତେଜନା: ୫୦ରୁ ଊର୍ଦ୍ଧ୍ୱ ଅନଲାଇନ କ୍ୟାବ ଡ୍ରାଇଭର ଗିରଫ Odisha T20 League: ଯୁବ କ୍ରିକେଟରଙ୍କ ପାଇଁ ଶ୍ରେଷ୍ଠ ମଞ୍ଚ ସାଜିବ ଓଡ଼ିଶା T-20 ଲିଗ୍: OCA ସମ୍ପାଦକ