ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ରାସ୍ତା ଉପରେ ଅଟୋ, କାର୍ ଏବଂ ବାଇକ୍ ରଖି ପ୍ରତିବାଦ କରୁଛନ୍ତି । ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍। ଅନ୍ୟପଟେ ଆନ୍ଦୋଳନକାରୀ ଡ୍ରାଇଭର ଓ ପୋଲିସ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଅସନ୍ତୁଷ୍ଟ ଡ୍ରାଇଭରମାନେ ପୋଲିସ ଉପରକୁ ଟେକା-ପଥର ମାଡ଼ କରିଥିଲେ। ଏହା ସହିତ ରାସ୍ତାରେ ଯାତାୟାତ କରୁଥିବା ଏକ ‘ଆମ ବସ୍’ ଉପରକୁ ଢେଲା ମାରି ତାହାର କାଚ ଭାଙ୍ଗି ଚୁରମାର କରିଦେଇଛନ୍ତି । ଆନ୍ଦୋଳନ ଯୋଗୁଁ ରେଳୱେ ଷ୍ଟେସନରୁ ବିମାନବନ୍ଦର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଥିଲା। ଫଳରେ ଷ୍ଟେସନ ଓ ଏୟାରପୋର୍ଟରୁ ଯାତାୟାତ କରୁଥିବା ଶହ ଶହ ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୋତାୟନ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। Post navigation Former Lanjigada MLA Passes Away: ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ India Beat Sri Lanka By 165 Runs In First Test, Manav Suthar Picks 6-Wicket Haul