ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆକଳନ ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ଯଦି ଅଧିକ ବର୍ଷା ନହୁଏ, ତେବେ ରାଜ୍ୟରେ ବନ୍ୟା ଜଳ କମିବା ସହ ପରିସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇଯିବ। ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ କମୁଛି । ସାଳନ୍ଦୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ସ୍ଥିର ରହିଛି । ଯେଉଁ ଅନୁଯାୟୀ ବନ୍ୟା ଜଳ କମିବା କଥା, ସେହି ଅନୁପାତରେ କମୁନି । ତଳମୁଣ୍ଡରେ ପାଣି କମି ନଥିବା ବେଳେ ଲଘୁଚାପ ପାଇଁ ଉପରମୁଣ୍ଡରେ ବର୍ଷା ହେଉଛି। ଆଗକୁ ଯଦି ବର୍ଷା ନହେବ ତେବେ ବନ୍ୟା ଜଳ କମିବ । ବୈତରଣୀ ଓ ବ୍ରାହ୍ମଣୀ ଉପରେ ଫୋକସ୍ ରଖିଛି ବିଭାଗ । Post navigation 6 Class 10 Students Missing in Baripada: ବାରିପଦାରେ ସ୍କୁଲ ହଷ୍ଟେଲରୁ ୬ ଦଶମ ଶ୍ରେଣୀ ଛାତ୍ର ନିଖୋଜ Pakistan SC Orders Authorities to Shift Imran Khan to Private Hospital Immediately