ବାରିପଦାର ସାରସକଣା ବ୍ଲକ୍ ଅନ୍ତର୍ଗତ ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୬ ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରଙ୍କ ପରିବାର ଲୋକେ ଏନେଇ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମଧ୍ୟରାତ୍ରିରେ ସ୍କୁଲ ହଷ୍ଟେଲରେ ରହୁଥିବା ୬ ଜଣ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ କେଉଁଆଡ଼େ ପଳାଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *