ସ୍ୱାଧୀନତା ଦିବସ ୨୦୨୬ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମାନ୍ୟଗଣ୍ୟ “ପୋଲିସ୍ ସେବା ପୁରସ୍କାର ୨୦୨୬” ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଶା ପୋଲିସର ୧୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ୍ ସେବା ପୁରସ୍କାରରେ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣ ବରିଷ୍ଠ ଅଧିକାରୀ ADG ସଞ୍ଜୀବ ପଣ୍ଡା ଓ DSP ସ୍ମିତାରାଣୀ ମହାନ୍ତିଙ୍କୁ ବିଶିଷ୍ଟ ସେବା ପାଇଁ “ରାଷ୍ଟ୍ରପତି ପୋଲିସ୍ ପଦକ” ପ୍ରଦାନ କରାଯିବାକୁଥିବା ବେଳେ ୫ ଜଣ ପୋଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ସମ୍ମାନିତ କରାଯିବ। ସେମାନେ ହେଲେ ମନ୍ମଥ କୁମାର ମହାପାତ୍ର (ସବ୍-ଇନ୍ସପେକ୍ଟର), ନିରାକାର ଭୂଏ (ହାବିଲଦାର), ସନ୍ତୋଷ ଗୁରୁଙ୍ଗ (କମାଣ୍ଡୋ), ସୁମନ ପୁନ୍ (କମାଣ୍ଡୋ), ସୁରେଶ ଚନ୍ଦ୍ର ପୁଟା (କମାଣ୍ଡୋ)। ଏଥି ସହିତ ୧୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପାଇଁ ଚୟନ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ନିଷ୍ଠାପର ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। Post navigation BJD Slams ‘Double Engine’ Govt: ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀକୁ ଯିବ: ବିଜେଡି Flood Alert in Odisha: ପୁଣି ରାଜ୍ୟରେ ବନ୍ୟା ପରିସ୍ଥିତି: ବିପଦ ସଙ୍କେତ ଟପିଲା ବୈତରଣୀ, ବଢ଼ୁଛି ସାଳନ୍ଦୀର ଜଳସ୍ତର