ରାଜ୍ୟରେ ତାତି ବଢିବା ସହ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୭୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣା ପଡ଼ିଛି।

ସୁନ୍ଦରଗଡ଼ରେ ସର୍ବାଧିକ ୬୦,ମୟୂରଭଞ୍ଜରେ ୫୦ ଜଣ,ଖୋର୍ଦ୍ଧାରୁ ୩୬ ଜଣ,ଝାରସୁଗୁଡ଼ାରୁ ୧୮ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ଚଳିତବର୍ଷ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି । ମୃତଙ୍କ ମଧ୍ୟରୁ ଜଣେ ବାଲେଶ୍ଵରର ହୋଇଥିବା ବେଳେ ଆଉ ଜଣେ ଢେଙ୍କାନାଳର ବୋଲି ଜଣା ପଡିଛି। ତେବେ ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୬ ଡିଗ୍ରୀ ଟପିଛି।

By Nirvay

Leave a Reply

Your email address will not be published. Required fields are marked *