ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ। ଖବର ଅନୁଯାୟୀ ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ହୋଇଛି ଏନ୍‌କାଉଣ୍ଟର। DRG, STFର ମିଳିତ ସୁରକ୍ଷାକର୍ମୀଙ୍କକମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବହୁସମୟ ଧରି ଉଭୟ ପକ୍ଷରୁ ଗୁଳି ଚାଳନ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ତେବେ ସର୍ଚ୍ଚ ଅପରେସନ ବେଳେ ଏକ-୪୭, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ରହିଛି । ସେଠାରୁ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଆଖପାଖ ଅଞ୍ଳରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ଖବର ମିଳିଛି। ତେବେ ଏପର୍ଯ୍ୟନ୍ତ ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ ବୋଲି ସୂଚନା ରହିଛି।

By Nirvay

Leave a Reply

Your email address will not be published. Required fields are marked *