ଆଜିଠାରୁ ରାଜ୍ୟରେ ପାଗରେ ପରବର୍ତ୍ତନ ହେବା ସହିତ ଧୀରେଧୀରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬-୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଏହାଫଳରେ ରାଜ୍ୟରେ ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବ । ୧୩ରୁ ରାଜ୍ୟରେ ଶୁଷ୍କ ବାୟୁ ପ୍ରବାହ ବଢ଼ିବ । ଫଳରେ ୧୫ରୁ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ । ପାଣିପାଗ କେନ୍ଦ୍ର ପକ୍ଷରୁ ଏପରି ସୂଚନା ଦିଆଯାଇଛି ।

ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ସହରରେ ଅନୁଭୂତ ହୋଇଥିବା ତାପମାତ୍ରା ରେକର୍ଡ ଭଙ୍ଗ କରିଛି । ୧୧ ତାରିଖରେ ରାଜ୍ୟର ୪ଟି ସହରରେ ଚଳିତ ମାସର ସବୁଠାରୁ ଥଣ୍ଡା ଦିନ ଅନୁଭୂତ ହୋଇଥିଲା । ବର୍ଷା ଓ ମେଘୁଆ ଆକାଶ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ହ୍ରାସ ପାଇଥିଲା । ଅନୁଗୁଳ, ଟିଟିଲାଗଡ଼, ସମ୍ବଲପୁର, ହୀରାକୁଦ ଆଦି ସହର ଏପ୍ରିଲ ମାସର ସବୁଠାରୁ ଥଣ୍ଡା ଦିନ ଭାବେ ପରିଗଣିତ ହୋଇଥିଲା । ଟିଟିଲାଗଡ଼ରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୫.୭, ହୀରାକୁଦରେ ୨୬.୧ ଓ ଅନୁଗୁଳରେ ୨୬.୭ ଡିଗ୍ରୀ ରହିଥିଲା ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *