Vijay gets magic number in Tamil Nadu
ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ । ନୂଆ ମୋଡ଼ ନେଲା ସରକାର ଗଠନକୁ ନେଇ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା । ଟିଭିକେ ମୁଖ୍ୟ ବିଜୟଙ୍କୁ ମିଳିଛି ବଡ଼ ବିଜୟ । କଂଗ୍ରେସ, ବାମଦଳ ଓ VCKର ସମର୍ଥନ ପାଇ ବିଜୟଙ୍କ TVK ମେଣ୍ଟ ବିଧାନସଭାରେ ବହୁମତ ପାଇଁ ଆବଶ୍ୟକ ୧୧୮ ମ୍ୟାଜିକ୍ ନମ୍ବର ହାସଲ କରିଛି ।
 
ରିପୋର୍ଟ ଅନୁଯାୟୀ, TVK ପାଖରେ ନିଜର ୧୦୭ ଜଣ ବିଧାୟକ ଅଛନ୍ତି । ଏହାବ୍ୟତୀତ କଂଗ୍ରେସର ୫, CPIର ୨, CPMର ୨ ଏବଂ VCKର ୨ ବିଧାୟକଙ୍କ ସମର୍ଥନ ମିଳିଛି । ସମସ୍ତଙ୍କୁ ମିଶାଇ ବିଜୟଙ୍କ ମେଣ୍ଟ ପାଖରେ ମୋଟ ୧୧୮ ବିଧାୟକଙ୍କ ସମର୍ଥନ ରହିଛି ।
 
ପୂର୍ବରୁ ଥଲାପତି ବିଜୟ ୨ଥର ଲୋକ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସାରିଛନ୍ତି । କିନ୍ତୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି । ତେବେ ବାମଦଳ ଏବଂ VCK ପକ୍ଷରୁ ସମର୍ଥନ ଘୋଷଣା ପରେ ବିଜୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଯାଇଛି । ତାମିଲନାଡୁ ବିଧାନସଭାରେ ମୋଟ ୨୩୪ ଆସନ ଥିବା ବେଳେ ସରକାର ଗଠନ ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।
 
କହିରଖୁଛୁ ଯେ, ବିଜୟଙ୍କ ରାଜନୈତିକ ଏଣ୍ଟ୍ରି ପରେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି । ଆଗାମୀ ଦିନରେ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବ ବୋଲି TVK ସୂତ୍ରରୁ ଜଣାପଡିଛି ।

By Nirvay

Leave a Reply

Your email address will not be published. Required fields are marked *