ପଶ୍ଚିମବଙ୍ଗରେ ବିଜେପିର ବିଜୟ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ଏହା ସହ ସେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଛି । ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଥିଲେ । ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।

ଅମିତ ଶାହ କହିଥିଲେ ଯେ, ବିଧାୟକମାନଙ୍କ ପକ୍ଷରୁ ଆସିଥିବା ସମସ୍ତ ପ୍ରସ୍ତାବରେ କେବଳ ଶୁଭେନ୍ଦୁ ଅଧିକାରୀଙ୍କ ନାମ ଥିଲା ଓ ଦ୍ୱିତୀୟ କୌଣସି ନାମ ଆସିନଥିଲା । ଏହାପରେ ତାଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ଘୋଷଣା କରାଯାଇଥିଲା । ଶନିବାର ସକାଳ ୧୧ଟାରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

By Nirvay

Leave a Reply

Your email address will not be published. Required fields are marked *