‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ LED ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି ମାମଲାରେ ୩ ଗିରଫ । ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ୩ଟି ସଂସ୍ଥାର ୩ ଠିକାଦାର ଭିଜିଲାନ୍ସ ଦ୍ବାରା ଗିରଫ କରାଯାଇଛି ।

ଅଭିଯୁକ୍ତମାନେ ହେଉଛନ୍ତି ବାରିପଦାର ମେସର୍ସ ଟ୍ରାନ୍ସପାୱାରର ମାଲିକ ଗିରିଜା ଶଙ୍କର ଦାଶ, ଯାଜପୁରର ମେସର୍ସ ବିରାଜା ଇଲେକ୍ଟ୍ରିକାଲ୍ ଆଣ୍ଡ୍ କନଷ୍ଟ୍ରକ୍ସନର ମାଲିକ ଧରଣୀଧର ସାହୁ, ଏବଂ ଭୁବନେଶ୍ୱରର ମେସର୍ସ ଯୋଗମାୟା ଟ୍ରେଡର୍ସର ମାଲିକ ବିଭୂତି ରଞ୍ଜନ ବିଶ୍ୱାଳ। ଗିରଫ ପରେ ସେମାନଙ୍କୁ ସମ୍ପୃକ୍ତ ଭିଜିଲାନ୍ସ କୋର୍ଟକୁ ପଠାଯାଇଥିଲା।

୨୦୨୧-୨୩ରେ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ଦୁର୍ନୀତି ହୋଇଥିଲା । ଏ ନେଇ କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରାଯାଇଛି ।

Leave a Reply

Your email address will not be published. Required fields are marked *