ବ୍ରହ୍ମପୁର: ପାଣ୍ଡିଆନଙ୍କୁ ଟମାଟୋ ମାଡ। ଭରା ମଂଚରେ କେମିତି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ ଯୁବକ ଜଣକ ଟମାଟୋ ମାଡ କଲେ । ଖାଲି ଟମାଟୋ ମାଡ ନୁହେଁ ବରଂ ବିରୋଧ ପ୍ରଦର୍ଶନ କରୁଥିବା ବି ଦେଖିବାକୁ ମିଳିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଟମାଟୋ ଫୋପାଡିଥିବା ବ୍ୟକ୍ତିଙ୍କୁ ନିର୍ଧୁମ ଛେଚିଲେ ବିଜେଡି କର୍ମୀ।
କାର୍ଯ୍ୟକ୍ରମ-ଆମ ଓଡ଼ିଶା ନବୀନ ଓଡ଼ିଶା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସଭାରେ ପହଞ୍ଚିଥିଲେ ପାଣ୍ଡିଆନ । ଚିରାଚରତି ଢଙ୍ଗରେ ଭରା ମଂଚରେ ଭାଷଣ ବି ଦେଉଥିଲେ । ବାବୁଙ୍କ ଗସ୍ତ ଥିବାରୁ ପୋଲିସ ପ୍ରଶାସନ ଭାରି ଟାଇଟ୍‌ ସିକ୍ୟୁରିଟି କରିଥିଲା । କିନ୍ତୁ ଏହାରି ଭିତରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ପାଣ୍ଡିଆନଙ୍କୁ ଟମାଟୋ ମାଡ କରିଥିବା ଜଣାପଡିଛି । କିନ୍ତୁ କାହିଁକି ସଂପୃକ୍ତ ଯୁବକ ଜଣକ ପାଣ୍ଡିଆନଙ୍କୁ ଟମାଟୋ ମାଡ କଲେ ? ତାଙ୍କ ନାଁ କଣ ? ବିରୋଧ ପ୍ରଦର୍ଶନ କରିବାର କାରଣ କଣ ? ସେନେଇ କୌଣସି ତଥ୍ୟ ଜଣାପଡିନଥିବା ବେଳେ ଉପସ୍ଥିତ ଥିବା ବିଜେଡି କର୍ମୀ କିନ୍ତୁ ତାଙ୍କୁ ନିର୍ଧୁମ ଛେଚିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ବିଜେଡି ଗୁଣ୍ଡାଙ୍କଠୁ ବର୍ତ୍ତିପାରିନଥିଲେ ଟମାଟୋ ମାଡ କରିଥିବା ଯୁବକ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *