ଝାରସୁଗୁଡ଼ା ଲଖନପୁର ବଣିପାହାଡ଼ ନିକଟ ଖେଳ ପଡିଆରୁ ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ରଜରାଜନଗରର ଓରିଏଣ୍ଟ ଥାନା ଅଞ୍ଚଳର ବୋଲି ଜଣାପଡିଛି। ସ୍ତ୍ରୀ, ଝିଅକୁ ଗୁଳି କରି ସ୍ବାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କାର୍ ଭିତରୁ ମିଳିଛି ୩ ଜଣଙ୍କ ଗୁଳିବିଦ୍ଧ ମୃତଦେହ । ଏହି ପଡିଆରେ ଏକ କାର ଭିତରୁ ଉଦ୍ଧାର କରାଯାଇଛି ସମସ୍ତଙ୍କ ମୃତଦେହ। ଆଜି ସକାଳେ ସନ୍ଦେହ ଜନକ ଅବସ୍ଥାରେ କାରଟିକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ।ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

By Nirvay

Leave a Reply

Your email address will not be published. Required fields are marked *