ପୁରୀ ଷ୍ଟେସନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ। ଷ୍ଟେସନରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ପ୍ଲାଟଫର୍ମ ନମ୍ବର-୩ ନିକଟରେ ଟ୍ରେନଟି ହଠାତ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟିର ବେଗ କମ୍ ଥିବାରୁ ଏକ ବଡ଼ ଧରଣକୁ ଏଡ଼ାଇ ଦିଆଯାଇଛି।

ଅନ୍ୟପଟେ ଲାଇନଚ୍ୟୁତ ହେବା ପରେ ରେଳ କର୍ମଚାରୀ ଏବଂ RPF ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *