ଆଉ ଗୋଟିଏ ଦିନ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା କିନ୍ତୁ ଏବେଠୁ ଦେଖାଗଲାଣି ନିର୍ବାଚନୀ ହିଂସା । ଗତକାଲି ଘଷିପୁରାରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାଗର୍ଦ୍ଦି ଅଭିଯୋଗ ହୋଇଛି । ବଦ୍ରି ସମର୍ଥକଙ୍କ ଆକ୍ରମଣରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମର୍ଥକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣରେ ସୌମ୍ୟଙ୍କ ସମର୍ଥକ ଗୁରୁତର ହେଇଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ୱାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ଆହତ ବ୍ୟକ୍ତି ହେଲେ ବସନ୍ତ ଚକ୍ର । ଘଷିପୁରା ବ୍ଲକ ପଣ୍ଡୁଆ ପଂଚାୟତରେ ଏହି ଆକ୍ରମଣ ହୋଇଛି ।

ଖବର ଅନୁସାରେ, ଆଜି ସରୁଛି ଘଷିପୁରାରେ ନିର୍ବାଚନ ପ୍ରଚାର । ଆସନ୍ତା ୨୫ ତାରିଖରେ ଘଷିପୁରା ପାଇଁ ଭୋଟ୍ ଦେବେ ଜନତା । ଏଥର ବିଜେଡି ପ୍ରାର୍ଥୀଙ୍କୁ କଡ୍ଡା ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ତେଣୁ ପ୍ରତିହିଂସା ପରାୟଣ ହେଇ ବିଜେଡି ପ୍ରାର୍ଥୀ ବଦ୍ରିଙ୍କ ସମର୍ଥକ ସୌମ୍ୟଙ୍କ ସମର୍ଥକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରୁଥିବା ଅଭିଯୋଗ ହେଉଛି ।

ଅଭିଯୋଗ ଅନୁସାରେ ବସନ୍ତ ଚକ୍ର କୁକୁଡା ଫାର୍ମାରେ ଥିବା ସମୟରେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ରଙ୍କ ୫ରୁ ୭ ଜଣ ସମର୍ଥକ ଆସି ଆକ୍ରମଣ କରିଥିଲେ । ଆକ୍ରମଣରେ ବସନ୍ତ ଚକ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ହସପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଥାନା ଆଇଆଇସି ବି ପଂହଚି ତଦନ୍ତ କରିଛନ୍ତି ।

ବସନ୍ତ ଚକ୍ରଙ୍କୁ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ପରେ ହସପିଟାଲରେ ପଂହଚି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ଥାନା ଆଇଆଇସି ବି ପଂହଚି ତଦନ୍ତ କରିଛନ୍ତି ।

ଏହାପରେ ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ମୁଁ ମୂଳରୁ କହି ଆସୁଛି କି “ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ।” ଦେଖନ୍ତୁ ଆଜି ପଣ୍ଡୁଆ ପଞ୍ଚାୟତର ମୋର ସମର୍ଥକମାନଙ୍କୁ କ୍ଷମତାରେ ଥବା ଲୋକମାନେ କଣ କରିଛନ୍ତି? ଏହି କଥା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି ଯେ ବଦ୍ରିବାବୁ କଣ ଏତେ ନିଃସହାୟ ହେଇଗଲେ ଯେ ତାଙ୍କୁ ହିଂସାର ଆଶ୍ରୟ ନେବା ଏକମାତ୍ର ବାଟ ଦେଖାଗଲା?

Leave a Reply

Your email address will not be published. Required fields are marked *