ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି ଯେଉଁ 5T କଥା କୁହାଯାଉଛି, ସେ T ର ଅର୍ଥ ହେଉଛି ତାମିଲନାଡୁ,ଏ ସରକାର ଓଡ଼ିଶାର ସମ୍ପତ୍ତିକୁ ଆଉଟ ସୋର୍ସ କରିଛନ୍ତି।ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଲୁଚାଇ କରି ରଖିଛନ୍ତି,ଓଡ଼ିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି, ଏଠି ମୁଖ୍ୟମନ୍ତ୍ରୀ ନାହାନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି। ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି, କ୍ୟାପଚର କରି ଦିଆଯାଇଛି’। ଏଠି ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି କେହି ଜାଣି ପାରୁ ନାହାନ୍ତି। ପାଣ୍ଡିଆନ ଯାହା ଲେଖିକି ଦେଉଛନ୍ତି, ତାହାକୁ ପଢ଼ୁଛନ୍ତି ନବୀନ ପଟ୍ଟନାୟକ। ୧୦ ମିନିଟ ପାଇଁ ପାଣ୍ଡିଆନଙ୍କୁ ବାହାର ରଖି କେହି କଥା ହେଲେ ଜଣାପଡ଼ିବ ସବୁ ସତ।ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଏକଲା କଥା ହୁଅନ୍ତି ନାହିଁ, ହାଇକୋର୍ଟ ଜଜ୍‌ କିମ୍ବା ବରିଷ୍ଠ ନାଗରିକ ଯାଇ କଥା ହେଲେ ସ୍ପଷ୍ଟ ହେବ। ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବାକୁ ହେବ। ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣାପଡ଼ିବ। ନିର୍ବାଚନ ହାରିଲେ ବିଜେଡି ଗୋଟିଏ ଦିନରେ ଭାଙ୍ଗିଯିବ କହିଲେ ହେମନ୍ତ ବିଶ୍ବଶର୍ମା। ଯେଉଁମାନଙ୍କର ଆତ୍ମସମ୍ମାନ ଅଛି ସେମାନେ ବିଜେଡିରେ ରହିବେନି,ମୁଁ ଜଣେ ମୁଖ୍ୟମନ୍ତ୍ରୀ, କାହାର ସାହସ ନାହିଁ ମାଇକ୍‌ ଧରି କୁହାଇବାକୁ।

By Nirvay

Leave a Reply

Your email address will not be published. Required fields are marked *