କୁନି ପୁଅ ହେଲେ ଅମର। କିଛି ଦିନ ତଳେ ଶୁଭଜିତଙ୍କ ବ୍ରେନ୍ ଷ୍ଟ୍ରୋକ ଯୋଗୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ସତ୍ୟନଗର ନଗର ମଶାଣୀରେ ରାଷ୍ଟ୍ରୀୟ ସମ୍ମାନର ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ବୋଲି ଜଣାପଡ଼ିଛି। ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କ ପୁଅ ହେଉଛନ୍ତି ଶୁଭଜିତ। ବିଜେଇଏମ୍ ସ୍କୁଲର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ବୁଧବାର ଦିନ ପରୀକ୍ଷା ଦେବାକୁ ଘରୁ ବାହାରିଥିଲେ। ସେତେବେଳେ ବେଶ୍‌ ଉତ୍ସାହିତ ଥିଲେ। ଖୁସି ମନରେ ପରୀକ୍ଷା ଦେବା ପାଇଁ ସ୍କୁଲ୍‌ ଯାଇଥିଲେ। ସ୍କୁଲରେ ପ୍ରାର୍ଥନା ସରିବା ପରେ ପରୀକ୍ଷା ହଲ୍‌ରେ ବସିଥିଲେ ଶୁଭୋଜିତ। ପରୀକ୍ଷା ଆରମ୍ଭ ପୂର୍ବରୁ ପାଖ ସିଟ୍‌ରେ ବସିଥିବା ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ହଠାତ୍‌ ଚେତା ହରାଇ ତଳେ ପଡ଼ିଗଲେ। ପରୀକ୍ଷା ହଲ୍‌ରେ ଥିବା ଶିକ୍ଷୟିତ୍ରୀ ଓ ଅନ୍ୟମାନେ ତାଙ୍କୁ ନେଇ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *