ଓଡ଼ିଶାରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା ଜୋର ଧରିଛି । ସ୍ଥିତି ଅନୁକୂଳ ରହିଲେ ଅକ୍ଟୋବର ୧୪ କିମ୍ବା ୧୫ ତାରିଖରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରାଯିବ । ଏଥିପାଇଁ ଅକ୍ଟୋବର ୫ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଚଳାଇଛି ।
ତେବେ ନିର୍ବାଚନ କେବଳ ସରକାରୀ କଲେଜରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ କରାଯିବ, ସେ ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ର ସଙ୍ଗଠନମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ବିଜ୍ଞପ୍ତି ପ୍ରକାଶ ପରେ ନାମାଙ୍କନ, ଯାଞ୍ଚ ଓ ପ୍ରତ୍ୟାହାର ପ୍ରକ୍ରିୟା ସମ୍ପନ୍ନ ହେବ । ପ୍ରଚାର ପାଇଁ ୪ରୁ ୫ ଦିନ ସମୟ ଦିଆଯିବ । ଅକ୍ଟୋବର ୧୪ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ହେବ ଏବଂ ୧୫ ତାରିଖରେ ଭୋଟ ଗ୍ରହଣ ଓ ଫଳାଫଳ ପ୍ରକାଶ କରାଯିବ । ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ହେବ ।

୨୦୧୮ରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଏହି ପରିପ୍ରେକ୍ଷୀରେ ପୁଣିଥରେ ନିର୍ବାଚନ କରାଇବାକୁ ରାଜ୍ୟ ସରକାର ସକାରାତ୍ମକ ସଙ୍କେତ ଦେଇଥିବା ବେଳେ ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ମତ ପ୍ରକାଶ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *