୨୦୦୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଆର୍‌.ଏସ୍‌. ଗୋପାଳନ୍‌ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି ।

ଗୋପାଳନ ଗତ ୨ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱରେ ଥିଲେ । ବର୍ତ୍ତମାନ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି ।

ତାଙ୍କ ଚାକିରି ଅବଧି ଶେଷ ହେବାକୁ ପ୍ରାୟ ଦେଢ଼ ବର୍ଷ ବାକି ଥିବାବେଳେ ସେ VRS ପାଇଁ ଆବେଦନ କରିଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୮ ଜୁନ୍‌ରେ ଶେଷ ହେବାକୁ ଥିଲା ।

By Nirvay

Leave a Reply

Your email address will not be published. Required fields are marked *