STF Team Returns from Digha in Connection with Baleshwar Orangutan Rescue Case
ବାଲେଶ୍ୱରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତକୁ ନେଇ ଓଡ଼ିଶା STF ତତ୍ପର ହୋଇଛି । ଏହି ଘଟଣାରେ ତଦନ୍ତ କରିବା ପାଇଁ ଦିଘା ଯାଇଥିବା ସ୍ପେଶାଲ ଟାସ୍କ ଫୋର୍ସର ଟିମ୍‌ ଓଡ଼ିଶା ଫେରିଥିବା ସୂଚନା ମିଳିଛି ।
 
ସୂଚନା ଅନୁସାରେ, ଦିଘାରୁ ଓରାଙ୍ଗଉଟାନ ସ୍ମଗଲିଂ ସମ୍ପର୍କରେ କିଛି ସୁରାକ ମିଳିଥିବା ଜଣାପଡ଼ିଛି । ତଦନ୍ତ ସମୟରେ ମିଳିଥିବା ତଥ୍ୟ ଓ ପ୍ରମାଣକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ STF ଆଲୋଚନା କରିବ ବୋଲି ସୂଚନା ରହିଛି ।
 
ଓରାଙ୍ଗଉଟାନକୁ ସ୍ଥଳପଥ ଦେଇ ଚାଲାଣ କରାଯାଇଥିବା ନେଇ ତଦନ୍ତକାରୀ ଟିମ୍‌କୁ କିଛି ପ୍ରମାଣ ମିଳିଥିବା ସୂଚନା ମିଳିଛି । ଏହି ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ୁଛି ।
 
ଆବଶ୍ୟକ ପଡ଼ିଲେ STF ଟିମ୍‌ ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଯାଇ ତଦନ୍ତ କରିପାରେ । ଓରାଙ୍ଗଉଟାନ ଚାଲାଣ ପଛରେ ଥିବା ନେଟୱର୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ତଦନ୍ତ ଜାରି ରହିଛି ।

By Nirvay

Leave a Reply

Your email address will not be published. Required fields are marked *