ଭୁବନେଶ୍ୱର: ଆଜି କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶ୍ରୀୟା ବିଜେଡିରେ ମିଶିଲେ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସମ୍ବେଦନା। ସେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ଝିଅ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛୁ ବୋଲି ଶ୍ରୀୟା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଜନ୍ମରୁ ମୃତ୍ୟୁ ଯାଏଁ ଅନେକ ଯୋଜନା କରିଛନ୍ତି। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିଛନ୍ତି। ମହିଳା ସଶକ୍ତିକରଣକୁ ଶ୍ରୀୟା ପ୍ରଶଂସା କରିବା ସହିତ ଏହାକୁ ଆହୁରି ଆଗକୁ ନେବା ପାଇଁ କାମ କରିବେ ବୋଲି କହିଛନ୍ତି।। ଶ୍ରୀୟା ସମ୍ବେଦନାଙ୍କ ସହ ଅନେକ ନେତା ଆଜି କଂଗ୍ରେସ ପରିତ୍ୟାଗ କରି ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳର ସାଂସଦ ସସ୍ମିତ ପାତ୍ର ସ୍ଵାଗତ କରିଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *