ପୁରୀ ; ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା। ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଛନ୍ତି ସୁଜିତଙ୍କ ସମର୍ଥକ । ଆଜି ପୁରୀ ବିଧାନସଭା ଆସନ ପାଇଁ ଟିକେଟ୍‌ ପରିବର୍ତ୍ତନ କରିଥିଲା କଂଗ୍ରେସ। ପୂର୍ବରୁ ସୁଜିତ ମହାପାତ୍ରଙ୍କୁ ଟିକେଟ୍‌ ଦେଇଥିଲା କଂଗ୍ରେସ । କିନ୍ତୁ ଆଜି ତାଙ୍କ ଟିକେଟ୍‌ କାଟି ଉମା ବଲ୍ଲଭ ରଥଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ଆଜି ୫ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା କଂଗ୍ରେସ । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀ ବିଧାନସଭା ଆସନରେ ବଦଳିଲେ ପ୍ରାର୍ଥୀ । ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ । ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆ, ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ବରୀରୁ ନୂଆ ପ୍ରାର୍ଥୀ ହୋଇଥିବା ଦେବାଶିଷ ନାୟକ ଗତକାଲି କଂଗ୍ରେସରେ ସାମିଲ ହୋଇଥିଲେ । ପ୍ରଥମେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତାପରେ ବିଜେପି ତାଙ୍କୁ ପ୍ରାର୍ଥୀ କରି ନ ଥିବାରୁ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇବା ପରେ ଗତକାଲି ସେଠାରେ ନୂଆ ପ୍ରାର୍ଥୀ ଦେଇଛି ଦଳ । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।

By SonaliP

Leave a Reply

Your email address will not be published. Required fields are marked *